ଟିକା ଯୋଗାଣ ଚିନ୍ତାଧାରା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଅଦର ପୁନାୱାଲା କହିଲେ: ଆପଣଙ୍କ ସୁବ୍ୟବସ୍ଥା ସମସ୍ତଙ୍କର ଆବଶ୍ୟକତା ପୂରଣ କରିବ

Advertisment
ଟିକା ଯୋଗାଣ ଚିନ୍ତାଧାରା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଅଦର ପୁନାୱାଲା କହିଲେ: ଆପଣଙ୍କ ସୁବ୍ୟବସ୍ଥା ସମସ୍ତଙ୍କର ଆବଶ୍ୟକତା ପୂରଣ କରିବ

Image Courtesy of Hindustan Times

ନୂଆଦିଲ୍ଲୀ: କୋଭିଡ୍-୧୯ ଟିକା କ୍ରୟ ଓ ବଣ୍ଟନ ଲାଗି ଭାରତର ଆର୍ଥିକ ଯୋଜନା ଉପରେ ସନ୍ଦେହ ପ୍ରକଟ କରିବା ଦିନକ ପରେ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଅଦର ପୁନାୱାଲା ବିଶ୍ବ ସମ୍ପ୍ରଦାୟଙ୍କୁ ଟିକା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାକୁ ଏବେ ପ୍ରଶଂସା କରିଛନ୍ତି।

ପୁନାୱାଲା ଟୁଇଟ୍ କରିଛନ୍ତି, ନରେନ୍ଦ୍ର ମୋଦୀଜି, ବିଶ୍ବ ସମ୍ପ୍ରଦାୟଙ୍କୁ ଟିକା ଯୋଗାଇ ଦେବା ଲାଗି ଆପଣଙ୍କ ଚିନ୍ତାଧାରାକୁ ଆମେ ସେୟାର୍‌ କରିବା ସହ ପ୍ରଶଂସା କରୁଛୁ। ଏହା ଭାରତ ଲାଗି ଗୌରବର ମୁହୂର୍ତ୍ତ, ଆପଣଙ୍କ ନେତୃତ୍ବ ଓ ସହାୟତା ଲାଗି ଧନ୍ୟବାଦ। ଏକଥା ସ୍ପଷ୍ଟ ଯେ, ଭାରତ ପାଇଁ ଆପଣଙ୍କ ସୁବ୍ୟବସ୍ଥା ଭାରତୀୟମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବ।

publive-image Image Courtesy of India Today

ଶନିବାର ଦିନ ଜାତିସଂଘ ସାଧାରଣ ପରିଷଦ୍‌କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଚାଲିଥିବା ମହାମାରୀ ଲଢ଼େଇରେ ସମଗ୍ର ମାନବତାକୁ ସାହାଯ୍ୟ କରିବାକୁ ଭାରତର ଟିକା ଉତ୍ପାଦନ ଏବଂ ଯୋଗାଣ ସାମର୍ଥ୍ୟର ଉପଯୋଗ କରାଯିବ।

ମହାମାରୀ ସମୟରେ ଭାରତ ୧୫୦ରୁ ଅଧିକ ଦେଶକୁ ‌ଔଷଧ ଯୋଗାଇଥିଲା। ବିଶ୍ବର ବୃହତ୍ତମ ଟିକା ଉତ୍ପାଦନକାରୀ ଦେଶ ହିସାବରେ, ମୁଁ ଆପଣମାନଙ୍କୁ ଆଶ୍ବାସନା ଦେଉଛି ଯେ, ଜାଗତିକ ମଙ୍ଗଳ ଲାଗି ଭାରତ ଯଥାସାଧ୍ୟ ଉଦ୍ୟମ କରିବ।

ମୋଦୀଙ୍କର ଏତାଦୃଶ ଭାଷଣର କିଛି ସମୟ ପୂର୍ବରୁ ପୁନାୱାଲା ଟୁଇଟ୍ କରିଥିଲେ, ଟିକା କିଣି ବାଣ୍ଟିବା ଲାଗି ଆସନ୍ତା ଏକ ବର୍ଷ ପାଇଁ ସରକାରଙ୍କ ପାଖରେ ୮୦, ୦୦୦ କୋଟି ଟଙ୍କା ଥିବ ତ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe